ତିନି ସପ୍ତାହ ଧରି ଦେଶବ୍ୟାପୀ ତାଲାବନ୍ଦକୁ ଦୃଷ୍ଟିରେ ରଖି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ଯେକୌଣସି ଅଞ୍ଚଳରେ ଫସି ରହିଥିବା ଓଡିଆଙ୍କୁ ସହାୟତା କରିବାକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ଏଭଳି ବ୍ୟକ୍ତି ମାନଙ୍କୁ ଖାଦ୍ୟ, ରହିବା, ସୁରକ୍ଷା ଭଳି ମୌଳିକ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।