ଆପଣ ଜାଣନ୍ତି କି?

vchSourceE

ସଂସଦ ଓ ବିଧାନ ସଭା ମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପତ୍ର ଲେଖି ସେମାନଙ୍କ ସମର୍ଥନ ଲୋଡିଛନ୍ତି। # ଓଡ଼ିଶା ସନ୍ ଟାଇମ୍ସ

vchSourceE

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ବକପର ପ୍ରଥମ ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଡାକ ଓ ତାର ବିଭାଗ ପକ୍ଷରୁ ପ୍ରକାଶିତ ୫ ପ୍ରକାର ସ୍ମାରକୀ ଡାକ ଟିକଟକୁ ରାଜ୍ୟ ସଚିବାଳୟଠାରେ ଉନ୍ମୋଚନ କରିଛନ୍ତି। # ଓଡ଼ିଶା ସନ୍ ଟାଇମ୍ସ

vchSourceE

ଓଡ଼ିଶା ପୁରୁଷ ବିଶ୍ବକପ ହକି-୨୦୧୮ ଏକ ବର୍ଣ୍ଣାଢ୍ୟ ପରିବେଶ ଓ ଆନ୍ତର୍ଜାତୀୟ ମାନର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। # ଓଡ଼ିଶା ସନ୍ ଟାଇମ୍ସ

vchSourceE

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୫ ଟି ମଡେଲ୍ ଥାନାକୁ ସଚିବାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି।. # ବିଜିନେସ୍ ଷ୍ଟାଣ୍ଡାର୍ଡ

vchSourceE

ସାଧାରଣ ଜନତାଙ୍କ ପାଇଁ ‘ସାଇକଲ ସେବା ପ୍ରକଳ୍ପ’ ଓ ‘ମୋ ସାଇଲ ମୋବାଇଲ ଆପକୁ’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ବରରେ ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ସାଇକଲ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ। ଏହି ସବୁ ସାଇକଲ ରାଜଧାନୀର ୧୨୦ ଟି ସ୍ଥାନରେ ମିଳିବ। ନାଗରିକ ମାନେ ମାସକୁ ସାଇକଲ ପ୍ରତି ୧୦୦ ଟଙ୍କା ଦେଇ ସାଇକଲ ବ୍ୟବହାର କରିପାରିବେ। ପ୍ରଥମ ୩୦ ମିନିଟ ମାଗଣାରେ ସାଇକଲ ଚଢିବା ପାଇଁ ମିଳିବ। # ଓଡ଼ିଶା ସନ୍ ଟାଇମ୍ସ



iûcûRòK ]ûeû